ସେଇ ଲୋକ ଯେ ମେଳିରେ ମେଢ଼ି,
ସବୁ ଆକଟ ଦେଉଛି ଏଡ଼ି,
କଥରେ ତା'ର ମାତି,
ପାଇକ ଜାତି ଉଠୁଛି ତାତି
ଫୁଲ ଦେଇ ଛାତି ।
ଆଶାରେ ଭରି ଉଷୁମ ଲହୁ,
ଭାଷାରେ ଭରି ମୁକତି-ମହୁ,
ଜୀବନ-ଗୀତା ଗାଇ,
ଅନ୍ତର ତଳେ ଅନଳ ଶିଖା
ଦେଉଛି ଅବା ତାଇ ।
ପାଗଳ ପ୍ରାୟ ପାଇକ ପୁଅ,
ଛୁଟାଇବାକୁ ରକତ ସୁଅ,
ସଜାଏ ହତିଆର,
ଜୀବନ ବାଜି ରଖିଛି ଆଜି
ତୋଳିଛି ତଲୁଆର ।
ଆହୁରି ବୀରେ ବହୁତ ଦୂରୁ,
ଢେଙ୍କାନାଳ ଓ ସମ୍ବଲପୁରୁ,
ଦେଲେଣି ଭୀମ ରଡ଼ି,
ରକତମୁଖା ହେଲେଣି ସବୁ
ସେନାବାହିନୀ ଗଢ଼ି ।
ଥରି ଉଠୁଛି ରସୁଲ୍କୁଣ୍ଡା,
ଗଞ୍ଜାମ ସହ ରଙ୍ଗେଇଲୁଣ୍ଡା,
ଗଣ୍ଡାକୁ ଗଣ୍ଡା ଭେଣ୍ଡା,
କୁଜଙ୍ଗଠାରୁ କନିକା ଯାଏଁ
ଖୋଲି ଦେଲେଣି ଖଣ୍ଡା ।
ମୁକୁନ୍ଦଦେବ ଠାକୁର ରାଜା,
ଖୁରଧା ଗଡ଼େ ପାଳେ ପରଜା,
ତାହାର ସିଏ ମନ୍ତ୍ରୀ,
ବଚନ ତା'ର ଖୁରରୁ ଧାର
ଥରାଇ ଦିଏ ତନ୍ତ୍ରୀ ।
ପାହାଡ଼ ତଳେ ଗଢ଼ିଛି ଗଡ଼,
ଗଡ଼ୁଁ ଗରଜି ଉଠିବ ଝଡ଼,
ଝଡ଼ର ତାଳେ ତାଳେ,
ତୁଟିବ ସବୁ ବିଦେଶୀ ବଳ
ଶାଣିତ ତରବାଳେ ।
ରାଜାର ସିଏ ସେନାନାୟକ,
ବଇରିକୁଳ ବ୍ୟଥାଦାୟକ,
ବକ୍ସି ଜଗବନ୍ଧୁ,
କରିଛି ପଣ କରିବ ରଣମ
ଛେଦିବ ଶିର କନ୍ଧୁ ।
ଭାବିଲେ ଗୋରା ସିପାହୀ ଦଳ,
ତେବେରେ ଏଠି ସରିଲା ବଳ,
ଧରିବା ନିଜ ପଥ,
ଖୁରୁଧା ଗଡ଼ ସହଜେ ଆଉ
ହେବନି କରଗତ ।
ମହାଚତୁର ବଣିକ ଜାତି,
ବୁଦ୍ଧି ଖଟାଇ ରାତିକରାତି,
ଚୁଗୁଲିଆଙ୍କୁ ଧରି,
ଗୁପଥ ପଥ ପାରିଲା ଜାଣି
ଉପାୟ ବହୁ କରି ।
ରାତି ଅଧରେ ଗଡ଼ରେ ପଶି,
ସୁଯୋଗ ଦେଖି ରହିଲା ବସି,
କରି ଫିକର ଫନ୍ଦି,
ମେଳିର ମେଢ଼ି ରାଜଗୁରୁଙ୍କୁ
କରିଲା ଶେଷେ ବନ୍ଦୀ ।
ସେଠାରୁ ନେଇ ବହୁତ ଦୂର,
ବାଲେଶ୍ୱରର ମେଦିନୀପୁର,
'ବାଘତୋଟା'ର ନାଳ-
କୂଳରେ ଥିବା 'ବର'ରେ ବାନ୍ଧି
କରିଲା ଦୁଇଫାଳ ।
କୁଆଡ଼େ ବହି ଯାଉଛି କାଳ,
ଗଲାଣି କଟି କେତେଶ' ସାଲ,
ରହିଛି ଏବେ କଥା-
"ଜଇଆ ପଛେ ଜୀବନ ଦେଲା
ନୁଆଇଁ ନାହିଁ ମଥା ।"
- ଶ୍ରୀ ରମେଶ ଚନ୍ଦ୍ର ଭଞ୍ଜ
Harrah's Resort Atlantic City - MapyRO
ReplyDeleteHarrah's Resort Atlantic City. MapyRO's location map showing 부산광역 출장샵 casinos 군산 출장마사지 and other 논산 출장마사지 gaming facilities 영주 출장마사지 located near Harrah's 사천 출장샵 Resort Atlantic City.