Saturday, 5 February 2022
Friday, 23 July 2021
ରେଳଯାତ୍ରା
ସଠିକ ମନେ ପଡ଼ୁନଥିଲେ ବି ପ୍ରାୟ ୨୦୧୨ ମସିହାର କଥା । ମୁଁ ସେତେବେଳେ ତିନି ଚାରି ବର୍ଷର ହେଇଥିଲି । ରେଳରେ ପ୍ରଥମ କରି ଯାତ୍ରା କରୁଥିଲି ପୁରୀରୁ ଦିଲ୍ଲୀ ଆମ ମାଉସୀଙ୍କ ଘରକୁ । ମୁଁ, ବାବା, ମମି, ଏବଂ ମୋର ବଡ଼ ଭଉଣୀ । ମୁଁ କିଛି ଜାଣି ପାରୁନଥାଏ । ପ୍ରାୟ ତିନି ଦିନ ଲାଗିଥିଲା ଦିଲ୍ଲୀରେ ପହଞ୍ଚିବାକୁ । ସେହିଠାରେ ଏକ ଘଟଣା ମୋର ଏକ ସ୍ମୃତି ରହି ଯାଇଥିଲା ।
ଦିଲ୍ଲୀ ଗଲା ବାଟରେ ଗନ୍ଧିଆ ଷ୍ଟେସନଠାରେ ରେଳ ଅଟକିଲା । ମୁଁ ଏବଂ ବାବା ରେଳରୁ ବାହାରି ଆସିଲୁ ଟିକେ ବୁଲିବା ପାଇଁ । ରେଳ ୧୦ ମିନିଟ୍ ପାଇଁ ରହିଥିଲା ଏବଂ ଆମେ ଆସିଲୁ ଆମ ପାଣି ବୋତଲରେ ପାଣି ଭର୍ତ୍ତିକଲୁ । ବାବା ମୋତେ ସବୁ ଜାଗା ଦେଖାଉଥାନ୍ତି ଷ୍ଟେସନରେ । ବାବା ମୋତେ ହଠାତ୍ ପଚାରିଲେ, "ଝିଅ କ'ଣ ଖାଇବୁ?" ମୁଁ ଆଗ୍ରହରେ ହଁ ମାରି ଦେଲି । ବାବା ତାଙ୍କ ପକେଟରୁ ୧୦ ଟଙ୍କିଆ ନୋଟଟିଏ କାଢ଼ିଲେ, ଦୋକାନୀ ହାତକୁ ଦେଲେ । ଠିକ୍ ସେତିକି ବେଳେ ରେଳ ଛାଡ଼ି ଦେଲା । ମୋ' ମମି ରାତି ଅନିଦ୍ରା ହୋଇ ଶୋଇ ଯାଇଥାଏ, ମୋ ବଡ଼ ଭଉଣୀ କ'ଣ କରିବ କିଛି ଜାଣି ପାରିଲାନାହିଁ । ହଠାତ୍ ଡାକିଲା, "ବାବା ଟ୍ରେନ ଛାଡ଼ି ଦେଲା ।" ସେତେବେଳକୁ ରେଳ ବହୁତ୍ ବାଟ ଗଡ଼ି ସାରିଲାଣି ।
ବାବା ଦୋକାନୀ ଠାରୁ ନୋଟ୍ଟି ଆଣି ତାକୁ ଓଠରେ ଚିପି ଧରି ମତେ ଗୋଟେ ହାତରେ ଧରି ଦଉଡ଼ି ଯାଇ ରେଳ ଉପରକୁ ଚଢ଼ିଲାବେଳେ ଗୋଡ଼ ଖସିଗଲା । ପୁଣି ବାବା ମତେ ଗୋଟେ ହାତରେ ଧରି ଚଢ଼ିବାକୁ ଲାଗିଲେ ଏବଂ ଭଗବାନଙ୍କ ଦୟାରୁ ଆମେ ରେଳରେ ଚଢ଼ିଗଲୁ । ସେତେବେଳକୁ ମମିର ନିଦ ଭାଙ୍ଗି ଯାଇଥିଲା । ସେ ମତେ ଆଉ ବାବାଙ୍କୁ କହିଲା, "ଯଦି ତମେ ଟ୍ରେନରେ ଚଢ଼ି ପାରିନଥାନ୍ତ ତା'ହେଲେ କ'ଣ ଯେ ହେଇଥାଆନ୍ତା !?" ଏତିକି କହି ସେ ହାତ ଯୋଡ଼ି କହି ପକେଇଲା ଜଗନ୍ନାଥ... ଜଗନ୍ନାଥ...
ବାବାଙ୍କ ପକେଟରେ ସେଦିନ ମାତ୍ର ୧୦୦ ଟଙ୍କିଆ ନୋଟଟିଏ ଥିଲା । ସେତିକି ନେଇ ଆମେ ଦିଲ୍ଲୀ ଯାଇ ପାରି ନଥାନ୍ତୁ କି ପୁରୀ ବି ଆସି ପାରି ନଥାନ୍ତୁ । ମୁଁ ଏବେ ବି ଭାବୁଛି, ଯଦି ଭଗବାନଙ୍କ କୃପା ହେଇ ନଥାନ୍ତା ଆଉ ଆମେ ଟ୍ରେନରେ ଚଢ଼ିପାରି ନଥାନ୍ତୁ, ତା'ହେଲେ ଆମ ଅବସ୍ଥା କ'ଣ ଯେ ହେଇଥାନ୍ତା !!!
- ଶୁଭସ୍ମିତା ସାହୁ
Wednesday, 14 April 2021
ସଫଳତା
Sunday, 28 March 2021
ମୁଁ ଜମା ବଡ଼ ହେବିନି
Friday, 4 December 2020
ସାଧବଘରବୋହୂ କଥା
ହଇରେ ଗାଈ କାହିଁକି ଖାଇଲୁ? ମତେ ଗଉଡ଼ ଜଗିଲା ନାହିଁ ।
ହଇରେ ଗଉଡ଼ କାହିଁକି ଜଗିଲୁ ନାହିଁ? ମତେ ବଡ଼ବୋହୂ ଭାତ ଦେଲାନାହିଁ ।
ହଇଲୋ ବଡ଼ବୋହୂ କାହିଁକି ଭାତ ଦେଲୁ ନାହିଁ? ମତେ ପୁଅ ଛାଡ଼ିଲା ନାହିଁ ।
ହଇରେ ପୁଅ କାହିଁକି ଛାଡ଼ିଲୁ ନାହିଁ? ମତେ ଧୂଳିଆ ଯନ୍ଦା କାମୁଡ଼ିଲା ।
ହଇରେ ଧୂଳିଆଯନ୍ଦା କାହିଁକି କାମୁଡ଼ିଲୁ? ମୁଁ ଭୁଇଁ ତଳେ ତଳେ ଥାଏ କଅଁଳ ମାଉଁସ ଟିକିଏ ପାଇଲେ ରୁଟ୍କରି ଖାଏଁ ।
![]() | ![]() | ![]() | ![]() | ![]() | ![]() | ![]() |
୧. ଦୂରତା ଅନୁସାରେ ବୋଝେ ମାଟି ନେଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇଲେ କଡ଼ାଏ ବା ଦୁଇକଡ଼ା ବା ଅଧିକା ଦେବା ଲୋକକୁ କଡ଼ାକିଆ କହନ୍ତି।
୨. ପ୍ରତ୍ୟେକ କାହାଣୀର ଉପସଂହାରରେ କଥୟନ୍ତୀମାନେ ଏହି କଥାଗୁଡ଼ିକ କହିଥାନ୍ତି । କେହି କେହି କେବଳ ନିମ୍ନଲିଖିତ କେତୋଟି ଶବ୍ଦ ଉଚ୍ଚାରଣ କରି କଳ୍ପିତ ଉପସଂହାର କରନ୍ତି "ମୋ କଥାଟି ଏତିକି, ଫୁଲ ଫୁଟିଗଲା କିଆ କେତକୀ ।"
* * *
ମଧୁସୂଦନ ରାଓଙ୍କ "କଥାଲହରୀ"ରୁ ସଂଗୃହୀତ । ଭାୟା: ଓଡ଼ିଆ ଉଇକିପାଠାଗାର
କଥାର ଲଥା
କଥାଟିଏ କହୁଁ କଥାଟିଏ କହୁ ।
କିସ୍ କଥା? ବେଙ୍ଗୂଲି କଥା ।
କିସ୍ ବେଙ୍ଗୁଲି? କାଠ ବେଙ୍ଗୁଲି ।
କିସ୍ କାଠ? ତେଲି ମାଠ ।
କିସ୍ ତେଲି? ଘଣା ପେଲି ।
କିସ୍ ଘଣା? ଆଖୁ ଘଣା ।
କିସ୍ ଆଖୁ? କନ୍ତାରି ଆଖୁ ।
କିସ୍ କନ୍ତାରି? ବୁଢ଼ୀ ମନ୍ଥରୀ ।
କିସ୍ ବୁଢ଼ୀ? ଶୁକଳ ବୁଢ଼ୀ ।
କିସ୍ ଶୁକଳ? ହାତୀ ଶୁକଳ ।
କିସ୍ ହାତୀ? ରାଜାଙ୍କ ହାତୀ ।
କିସ୍ ରଜା? ଖଣ୍ତ ଖଜା ।
କିସ୍ ଖଣ୍ତ? ମିରିଗ୍ ଲଣ୍ତ ।
କିସ୍ ମିରିଗ୍? ଝାଡ଼ ମିରିଗ୍ ।
କିସ୍ ଝାଡ଼? କଣ୍ଟା ଝାଡ଼ ।
କିସ୍ କଣ୍ଟା? କାନକୋଳି କଣ୍ଟା ।
ଯହିଁ ଲାଗିଥାଏ ଝଟାପଟା ।